Singhasanସିଂହାସନ

Within the book

Back cover

Poem 62 of 68

କବିତା ୬୨

କାଂଥରେ ଫଳକ ଝୁଲୁଛି:
ଚୁପ୍କର ଦରକାର ଚାଲିଛି!

ଏଠି କଥାବାର୍ତା
ସାଂକେତିକ ଭାଷାରେ,
ଗୁପ୍ତଚର ଠିଆହୋଇଛି
ଯୋଡ଼ ହସ୍ତରେ ।
ରାଜାଂକ ଲୋହିତ ଚକ୍ଷୁରେ ପ୍ରଶ୍ନ:
ସମାଚାର?
ପୁତ୍ତଳିକା ବଦନରେ ଉତ୍ତର:
ଭୟଂକର!
ସୀମାଂତରେ ଶତ୍ରୁର ହୁଂକାର ।

ବାଶ୍,
ଚମକି ପଡ଼ଂତି ରାଜା,
ଥରି ଯାଆଂତି ପ୍ରଜାଗଣ,
ଗର୍ଜନ, ରୋଦନ
ଏକାକାର
ବୈଷ୍ଣବ ପାଣିଂକ ଗୀତାଭିନୟରେ ।

ନାଟ ଦେଖୁଥିବା ଶିଶୁ
ବୁଝିପାରେ ନାହିଁ
ଗଣତଂତ୍ରର ରାଜାଶୂନ୍ୟ ଶାସନରେ
ଶାସନହୀନ ଅଣଶାସନରେ
ନାଟମଂଡପ ଠାରୁ ନାହାଚାଳିଆ ପର୍ଯଂତ
ବିଚାରୁଥିବା ଭୟକଂର ଭୟର ପବନରେ
ଇଏ କେଉଁ ଦେଶ ସିଏ ପୁଣି କେଉଁ ରାଜା
ଥରୁଛି ଓ ଥରାଉଛି ନିଜ ସିଂହାସନ
କେଉଁ ଆଶଂକାରେ?

Share this poem