Singhasanସିଂହାସନ

Within the book

Back cover

Poem 64 of 68

କବିତା ୬୪

ଉଲଂଗ ପଟୁଆରରେ ରାଜା,
ଭାଟମାନ ସ୍ତବ ପାଠ କରୁଛଂତି
ପୋଷାକର ।

ସିଂହାସନର ବୀଭତ୍ସ ରୂପ
ଦେଖୁଛଂତି ପ୍ରଜାଗଣ
ଅଧୋମୁଖ ହୋଇ ।

କେଉଁଠି ଶୋଇ ପଡ଼ିଛି
କେଜାଣି ସେ ଲଂଗଳା ଟୋକାଟା,
କାହିଁ ଦଉଡ଼ି ଆସୁନି ତ ଦାଂଡକୁ
ହସିହସି କହିଦେବା ପାଇଁ:
ରାଜା ତୁ କାହିଁକି ଲୁଗା ପିଂଧିନାହୁଁ?

Share this poem