କବିତା ୬୩
Saved places & passages
Select words to underline them. Saved on this device.
ଆଗ କଥାଟା ଶୁଣିନିଅ-
‘ଆଦର୍ଶ ବଗିଚା’ରେ
ଫୁଲ ଫୁଟାଇବା ନିଶାରେ
ଛାମୁ କୋଡ଼ି କୋଦାଳ ଧରି
ମାଟି ହାଣୁଛଂତି,
ଲହୁ ଲୁହ ଏକାଠି ଢାଳୁଛଂତି
କ୍ୟାମେରା ସାମ୍ନାରେ
ଚାରାଗଛ ମୂଳରେ,
ପୋଖତି ମା’ର ହସ
ଖେଳାଇ ମୁହଁରେ,
ତନୟ ପାଳନର
ଲୋଭନୀୟ ସୁଖରେ,
ଶାସନର ଏଇ ଅଂତିମ
ଦିନ ଗୁଡ଼ାକରେ ।
ହତବାକ ମାଳୀ
ଅନାଇ ରହିଛି ମୁହଁକୁ,
ତା’ର କି ସାମର୍ଥ୍ୟ ଅଛି
ଧରି ପକାଇବ
ରାଜ ଛଳନାକୁ?
ସିଏ କେଉଁ ବଶିଷ୍ଠ ଯେ
ଖୋଲିଦେବ ସୁବର୍ଣ ଢାଂକୁଣି
ଘୋଡ଼ାଇ ପକାଇଥିବ ସତ୍ୟକୁ?
ଚାପାହସ ଆଲୋଚନାରେ
ଶୀତୁଆ ସକାଳର ଚା’ ଖଟି ଆସରରେ
ଉଷୁମ ଜମୁଛି:
ଏ ତ ସଂବାଦ ନୁହେଁ ସର୍ଜନାର ନୂଆ ଇତିହାସ,
ଭାଗ୍ୟ ଫାଗ୍ୟ ସବୁ ମିଛ
ଦେଖ, ସିଂହାସନ ଟେକି ଧରିଛି
ନିଜ ହାତେ ନିଜର ପୌରୁଷ!
Page 64
