Singhasanସିଂହାସନ

Within the book

Back cover

Poem 61 of 68

କବିତା ୬୧

ସେଦିନ ପିଂପୁଡ଼ିମାନଂକୁ
ନିର୍ବାସିତ କରି ଦିଆଗଲା ରାଜ୍ୟରୁ,
ସୁରକ୍ଷିତ ପ୍ରସାଦ ଭିତରେ
ଯେମିତି ମହାରାଜାଂକ ପ୍ରତିମୂର୍ତି
ନିଖୁଣ ଦିଶିବ ମହାକାଳର କପାଳରେ ।

ଏବେ ପିଂପୁଡ଼ିମଂଦା ତଳୁ ଖୋଜା ଚାଲିଛି
ଭଂଗା ପ୍ରାସାଦ,
ଯେଉଁଠି ମିଳିଯିବ
ପ୍ରତ୍ନ ସିଂହାସନ ଉପରେ ଆସୀନ
ରାଜାଂକ ପାଂପରା କଂକାଳ
ମଲମ ବୋଳି ସାଇତି ଦେବାପାଇଁ
ମ୍ୟୁଜିୟମରେ ।

ଅଂଧମାନେ ଦିନେ
ହାତୀ ଦେଖିବାକୁ ଆସି
ଉଂଡାଳିବେ ଦେହ,
ପଂଡିତମାନେ ଟାଂକୁ ମାପିବେ,
ଖୋଜି ଗଣିବେ
ଓ ପରିବ୍ରାଜକମାନଂକ ଆଖି ଡୋଳାରେ
ତାହା ହୋଇ ଉଠିବ ମୂଲ୍ୟବାନ୍ ।
ଜନସାଧାରଣ ସେତିକିବେଳେ
ପିତୃପୁରୁଷଂକୁ ମନେ ପକାଇ
ଘୃଣାରେ ଥୁକିଦେବେ
ଶଂଖମଲମଲ ପଥରରେ ତିଆରି
ଡଷ୍ଟବିନରେ ନାଲି ପାନପିକ ।

Share this poem