କବିତା ୪୫
Saved places & passages
Select words to underline them. Saved on this device.
ଚରମ ପତ୍ର ଭଗବାନଂକୁ,
ନରମ କଥା ପଦେ ଜନଗଣଂକୁ,
ବଂଚିବାର ସୂତ୍ର ମଲା ମଣିଷଂକୁ ।
‘କ୍ରାଂତିର ନମୁନା’- ହ୍ୟାଂଡବିଲ୍
କଂକାଳମାନଂକ ଛାତି ପକେଟରେ
‘ମାନବିକ ଅଧିକାର ଉଲ୍ଲଂଘନ’
ଭୋକିଲା ପଟୁଆରର
ନିର୍ବୋଧ ସ୍ଲୋଗାନରେ,
ସେନାବାହିନୀ
ପ୍ରତିବିପ୍ଳବକୁ ରୋକିଦିଅଂତି
ଧାଡ଼ିଏ ଇସ୍ତାହାରରେ ।
ଅରାଜକତାର ପହଂଡିବିଜେ କାଳରେ
କିଏ ପଚାରିବ କାହାକୁ
କେଉଁଟି ଗୋଲକ
ପୁଣି କେଉଁଠି ସିଂହାସନ?
କେମିତି ଭୁଷୁଡ଼ି ପଡ଼ୁଛି
ଲହୁ ଓ ଲୁହରେ ଗଢ଼ା
ମୂଷା ଓ ମାଂକଡଂକ
ବିଶ୍ଵାସର ସେତୁବଂଧମାନ ।
ପତାକା ଓ ପାଟଛତିମାନ
ମହାପ୍ରଳୟର ଏ ବିଷମ ବେଳାରେ
ଭାସି ଗଲାବେଳେ
ହାତ କାତ କାହାର ବା
କେଉଁଠିକି ପାଏ?
‘ସମସ୍ୟାଟା ଆଂତର୍ଜାତିକ’ –
ବୃହତ-ରାଷ୍ଟ୍ର-ସଂମିଳନୀମାନଂକରେ
ବିଚାର ବିମର୍ଶ ଜାରି ହୋଇଯାଏ ।
Page 46
