Singhasanସିଂହାସନ

Within the book

Back cover

Poem 44 of 68

କବିତା ୪୪

ଏପରି ଦୃଶ୍ୟଟିଏ
ପୂର୍ବରୁ କେହି କେବେ ଦେଖି ନ ଥିଲା,
ଏହାପରେ ଦେଖାଯିବ କି ନାହିଁ
କାହାକୁ ବା ଜଣା ଥିଲା?

ରାଜାଂକ ପାଦରେ ଜୋତା ଠିକ୍ ଥିଲା,
ହାତର ଗୋଲାପ କଢ଼ି
କହି ଦେଉଥିଲା ତାଂକ ରସିକତା,
ଗଳାବଂଦ କୋଟ୍
ତାଂକୁ ବେଶ୍ ମାନୁଥିଲା,
ମୁଂଡର ପଗଡ଼ି
ଟିକିଏ ବି ଢିଲା ହୋଇ ନ ଥିଲା,
ସେ ଅପେକ୍ଷା କରିଥିଲେ
କେତେବେଳେ
ପାଚିଲା କୋଳି ବୃଂତରୁ ଖସିଲାପରି
ତାଂକୁ ଶୂନ୍ୟରେ ଝୁଲାଇଦେଇ
ସେଇ ଅବସ୍ଥାରେ ।

ଆଃ! ମହାରାଜାଂକ ମହତପଣ
ଝୁଲୁଥିବା ସୂତାଖିଅକରେ
ବତାସ ବହୁଥିଲା ଭାରତବର୍ଷରେ ।

Share this poem