Singhasanସିଂହାସନ

Within the book

Back cover

Poem 47 of 68

କବିତା ୪୭

ସେ’ତ ସାଧାରଣ ହନୁଟିଏ
ଛୋଟିଆ କର୍ମୀଟିଏ
କେମିତି ଉଠିଗଲା ଏତେ ଉପରକୁ?
କେମିତି ଏତେ ତଳେ ଠିଆହୋଇ ରହିଲେ
ବଡ଼ବଡ଼ମାନେ?
ଭାଷଣ ଶୁଣି ତାରିଫ୍ କଲେ,
ତାଳି ବଜାଇଲେ ।

ଏ ତ ବିଧିର ବିଧାନ
ନୋହିଲେ ସିଂହାସନରେ ବସିବାଲୋକ
କେମିତି ବୀଭତ୍ସ ଶବ ହୋଇଗଲା?

ନିଘୋଡ଼ ନିଦରେ ଘୁଂଗୁଡ଼ି ମାରୁଥିବା
ବାନର ଜଣକ ବି ବୁଝିପାରି ନ ଥିଲା
କେମିତି ସେ ଟଣା ହୋଇ
ଥୁଆ ହୋଇଗଲା ଆସି
ଫୁଲ ଶେଯରେ
ଫୁଲ ବେଶର ସିଂହାସନରେ ।

ପରଦା ଆଢୁଆଳରେ ବୁଢ଼ିଆଣୀଟିଏ ପରି
ଖେଳ ଖେଳିବାକୁ ସୂତା ଯୋଡ଼ୁଥିବା,
ଉପରକୁ ଦେବକନ୍ୟା ପରି ଝଟକୁଥିବା ମହାରାଣୀ
ଅଭିନଂଦନ ଜଣାଇଲେ
ଯୋଡ଼ ହସ୍ତରେ,
ବିଷାଦ ଓ ଆନଂଦ ଫେଂଟାଫେଂଟି ନାରଂଗୀ ହସରେ,
ଗଂଭୀର ପଦପାତରେ କ୍ୟାମେରା ସାମ୍ନାରେ ।
ଦେଶ କଂପୁଥିଲା ଶୀତଳ ଅରାଜକତାରେ ।

Share this poem