Singhasanସିଂହାସନ

Within the book

Back cover

Poem 49 of 68

କବିତା ୪୯

ଅସୂର୍ଯ ବଳୟ
ସଂମୋହନର ସୂତ୍ର ହୋଇଯାଏ ।
ମୂକ ସିଂହାସନରୁ ଖାଂପୁଳାଏ
କିଏ ଝାଂପିନିଏ ଛଂଚାଣ ପରି ତ
କିଏ ଡାଆଣୀ ପରି ଶୋଷିନିଏ
ମଣିଷର ରକ୍ତରେ ।

ଛାମୁ ଭୁଲିଯାଆଂତି ଅଂଗୀକାର
ସବୁଥିରୁ ହରାଇ ବସଂତି ଅକ୍ତିଆର ।

ନିଦବଟିକା ମଣୋହି କରି
ପହୁଡ଼କୁ ବିଜେ କଲେ ଛାମୁ
ସିଂହାସନକୁ ଝୁଲାଇ ଦିଆଯାଏ ଦୋଳିରେ ।

ଚଉଦୁଆର ବେଢ଼ା ସେନା ଛାଉଣି ଭିତରେ
‘ନବ ଜାଗରଣ’ର ସାମିଆନା ତଳେ
‘ନବୀନ ସଂସ୍କୃତି’ ପ୍ରେକ୍ଷାପଟର
ଉଷୁମ ଉଷୁମ ହଟଚମଟରେ
ଶାସନ ଜାରି ରହେ ର୍ନିଦ୍ଵଂଦରେ ।
କେଉଁ କାକଦୃଷ୍ଟି କି ବକଧ୍ୟାନ
କେଉଁ ଶ୍ୟେନ ଦୃଷ୍ଟି କି ସିଂହାବଲୋକନ
ଜମାରୁ ପହଂଚି ପାରେନାହିଁ
ତୁହାଇ ତୁହାଇ
ଅମୃତ ବୋଲି କୁହାଯାଉଥିବା
ସେ ନରକ ଯୋନିରେ ।

Share this poem