Singhasanସିଂହାସନ

Within the book

Back cover

Poem 39 of 68

କବିତା ୩୯

ଦେଶର ସମୃଦ୍ଧି ଯଦି ବାଣିଜ୍ୟରେ
ଦେଶର ବିକାଶ ଯଦି
ବଣିକମାନଂକ ବିଶ୍ଵାସରେ,
ସୁଯୋଗକୁ କିଏ ଅବା ଛାଡ଼େ?
ତେଣୁ ଡାକିଆଣ
ଭୂମି ନ ଥିବା
ପାଦ ନ ଥିବା
ସାଧୁର ଭେକଟିଏ ଗଳାଇଥିବା
ଜଣେ ବଣିକ ବାମନକୁ,
ଯେମିତି
ସିଂହାସନ ବଡ଼ ଦିଶିବ
ତାର ଛୋଟିଆ ଦେହକୁ ।
ନା, ଆଉକିଛି ଲୋଡ଼ା ନାହିଁ ।

ଏଣିକି ନଚାଇବାର ପାଳି,
ଖେଳାଇବାର ପାଳି ।
ବାଜା ବାଜିଲେ
ମାଂକଡ ପରି ନାଚିବ,
ଶୁଷୁରି ଫୁଂକିଲେ ସାପ ପରି ଖେଳିବ ।
“ବଂଧୁକର ଜବାବ
କ୍ଷେପଣାସ୍ତ୍ର ନୁହେଁ
ବୋମା,
ଚୁମାଟିଏ ପରି ଫୁଟାଇଦେବୁ
ଆଖି ମିଟିକାରେ ।”-
ନାଟକୀୟ ନାରାବାଜିଟା
ଜାରି ରଖିଥିବ ।

ବେପାରଟା କେମିତି ଜମୁଛି-
ଏବେ ଦେଖିବାର ଅଛି ।

Share this poem