କବିତା ୩୭
Saved places & passages
Select words to underline them. Saved on this device.
ନଗର ନିର୍ମାଣର ଆଦେଶକୁ
ଶିରୋଧାର୍ଯ କରି
ବୋଝକୁ ପିଠିରେ ଲଦି
ପାହାଡ଼ ଚଢ଼ିଲାବେଳେ
ହାତୀମାନେ
ରୋଦନ କରୁଥିଲେ କି
ନିର୍ଯାତନାକୁ ହୃଦୟରେ ବୁଝି?
ଆଜି ଭଂଗା ନଅର ତଳେ
ରାଜା ଭ୍ରମୁଛଂତି
ଖାଲି ପାଦରେ,
ଶ୍ରୀ ଅଂଗକୁ ଢାଂକିଦେଇ
ଗେରୁଆ ବସ୍ତ୍ରରେ,
ହାତୀଟିଏ
ସୁନା କଳସ ଢାଳିଦେବାର
ପ୍ରଚଂଡ ଲୋଭରେ
ସିଂହାସନ ସ୍ଵପ୍ନରେ,
ଯଦିଓ ଛାତି ଉପରେ ହାତୀ ଚଢ଼ିଯିବାର
ଆତଂକ ଥରାଉଛି ତାଂକୁ
ଭିତରେ ଭିତରେ ।
Page 38
