କବିତା ୩୫
Saved places & passages
Select words to underline them. Saved on this device.
କଥାଟା ବାଜୁବାଜୁ କାନରେ
କାଟି ପକାଇଲେ ଦେଶକୁ ସମାନେ
ଡାଆଣୀ ଛୁଆକୁ କାଟିଲା ପରି
ଶେଷରେ
ଓ ଦୁଇଗଡ଼ କରି ଥୋଇଦେଲେ
ଭୋଗ ଲାଗିଲା ପରି ଥାଳିରେ
ରକ୍ତାଂବରା ମହାଦେଈଂକ
ରକ୍ତ-ପିପାସା-ରୂପର
ସାମ୍ନାରେ ।
ମାଂକଡ ଚକୁଳି ବାଂଟିଲା ପରି
ବିରାଡିମାନଂକୁ,
ଉଦରସ୍ଥ କରି
ମଣିଷର ସରଳ ବିଶ୍ଵାସ,
ଉଲଗ୍ନ କରି
ଛିଡ଼ାକରାଇ ଦେଲେ
ସେମାନେ ମା’କୁ ବଜାରରେ,
ସ୍ଲୋଗାନରେ,
ଭାଷଣବାଜିରେ,
ଛଳନାର
ଚରମ ଉଚ୍ଚାରଣରେ ।
ସିଂହାସନର ସଂଦିଗ୍ଧ ରୂପକୁ,
ପାଇକ ସାଜି ଲଢ଼ୁଥିବା କାପୁରୁଷମାନେ
ମାନିନେଲେ
ଭତ୍ତା ଓ ଭାତିଆ ଲୋଭରେ,
ଭୟରେ, ନିର୍ଲଜ୍ଜ ପଣରେ!
କେଉଁ ମହାତ୍ମାଂକ ବଳିଦାନ,
ଅନଶନ,
କେତେ ଦୁଃଖରେ ମିଳିଥିବା
କେତେ ସଂଘର୍ଷରୁ ଜନ୍ମ ନେଇଥିବା
ମୁକ୍ତିର ସପନ
ଲୁଚିଗଲା
ତୁଚ୍ଛା ପ୍ରହସନରେ ।
Page 36
