Singhasanସିଂହାସନ

Within the book

Back cover

Poem 34 of 68

କବିତା ୩୪

ବେପାରୀମାନେ
ଫାଟି ପଡ଼ିଲେ ସେଦିନ
ଅହଂକାରରେ:
ସୂର୍ଯ୍ୟ ବୁଡ଼େନାହିଁ
ଭୟରେ
ଆମ ସାମ୍ରାଜ୍ୟରେ ।

ସୂର୍ଯ୍ୟବଂଶୀମାନେ
ମୁଂଡ ଟୁଂଗାରୁଥିଲେ
ଢୋଳେଇ ପଡ଼ୁ ପଡ଼ୁ
ଅଫିମ ନିଶାରେ ।

କିଏ ଜାଣିଥିଲା
ଜଣେ ନଂଗଳା ଫକିର ପାଟିରୁ
ନିଗିଡ଼ି ଆସୁଥିବା
ଗୋଟାଏ ବୋଲି ଶବ୍ଦ
ମଂତ୍ର ପରି
ନିନାଦିତ ହେବ
ଭାରତବର୍ଷରେ,
ଯଜ୍ଞକୁଂଡ ଜଳିଉଠିବ
ମୁକ୍ତିର ଶିଖାରେ ।
ସିଂହାସନରେ ବସି
ଖେଳ ଖେଳିବାପଣ
ଧୂଳି ଉଡ଼ିଲା ପରି
ଉଡ଼ିଯିବ ପବନରେ,
ମୁକ୍ତି ଯୁଦ୍ଧରେ,
ବିନା ରକ୍ତପାତରେ ।

ଆମେ କି କ’ଣ
କମ୍ ଫାଟିଲୁ ଗର୍ବରେ:
ଏପରି ଘଟଣା କେହି କେବେ
ପ୍ରତ୍ୟକ୍ଷ କରି ନାହିଁ
ମହୀମଂଡଳରେ ।

Share this poem