କବିତା ୧୫
Saved places & passages
Select words to underline them. Saved on this device.
ଚଂଡାଶୋକ ଅବା ଧର୍ମାଶୋକ-
ମହାରାଜାଂକ ନାମ ହୋଇଥିଲେ
ଯଥେଷ୍ଟ ଯଥେଷ୍ଟ!
ଭୂମିରେ ବସିଲେ
କି ଆସନରେ ଉପବିଷ୍ଟ ହେଲେ
ଏକା କଥା ।
ଛାମୁ ବସିଥିବା ଧୂଳି ମାଟି ତ
ସିଂହାସନ,
ବିଶେଷ୍ୟ ବିଶେଷଣର ବା କି ପ୍ରୟୋଜନ?
ଅବୁଝାମଣା ହେଲେ
କି ପାଳଚୁଂଟା ମଂତ୍ରୀ ରଖିଲେ,
ମଲମଲ ପ୍ରାସଦ ଗଢ଼ିଲେ
କି ଅସୁମାରି ପ୍ରଜାଂକ ରକ୍ତରେ ନଈ ବୁହାଇଲେ,
କିଛି ଯାଏ ଆସେ ନାହିଁ ।
ସବୁ ସିଂହାସନ କରାମତି
ଯାହା ଘଟିଛି,
ଘଟୁଛି ବା ଘଟିବାକୁ ଯାଉଛି,
ସବୁ ବୀରବିକ୍ରମମାନଂକର
ଐତିହାସିକ କୀର୍ତି ।
Page 16
