କବିତା ୧୩
Saved places & passages
Select words to underline them. Saved on this device.
ଏମିତି ବି ଘଟେ ବେଳେ ବେଳେ-
ସୁନାର ମୁକୁଟ ଥୋଇଦେଇ ତଳେ
ଅନ୍ୟବାଟ ଖୋଜି ଚାଲିଯାଏ ସିଏ
ଅରଣ୍ୟ ରାସ୍ତାରେ ।
ଶୂନ୍ୟକୁ ହାତ ଟେକି
ସିଂହାସନ ପଡ଼ିରହେ
ଘୋର ଅଂଧାରରେ,
ଶିଶୁପୁତ୍ର ନଘୋଡ଼ ନିଦରେ
ମା”ର କୋଳରେ ।
ସଂଭ୍ରାଂତ ରାଜ ଚେତନା
କିଛି ବି ଆଘ୍ରାଣ କରେନାହିଁ
ଯେତେବେଳେ ନିର୍ବାଣର ମଂତ୍ର
ଘୂରିବୁଲେ ସାରା ପୃଥିବୀରେ,
ଦୁଃଖୀମାନଂକ ପାଇଁ
ସ୍ଥାନଟିଏ ସାଇତି ହୃଦୟରେ ।
ଇତିହାସ ମୋଡ଼ନିଏ
ଭିନ୍ନ ବାଟରେ-
ପରବର୍ତୀ ଦିନମାନଂକରେ
ଆଉ କେଉଁ ସିଂହାସନର
ପରାକ୍ରମ ତଳେ
ସେଦିନ ବାଟଭାଂଗି ଚାଲିଯାଇଥିବା
ଅବତାର ପୁରୁଷଟି
ମଂଦିର କାଂଥରେ
ଅବା ସମାଧି ଫଳକରେ
କେଉଁଠି ରହିଯାଏ
ଛୋଟ ଶିଳାଲେଖଟିଏ ହୋଇ ।
Page 14
