Singhasanସିଂହାସନ

Within the book

Back cover

Poem 11 of 68

କବିତା ୧୧

ନିଜକୁ ଦାସଟିଏ କରି
ସମର୍ପି ଦେବାରେ ହିଁ ଗୌରବ ।

ନା, ଚାମର ଝାଡ଼ିବାରେ
ଘୋଳେଇ ପଡ଼େନା ହାତ,
ଶ୍ରମ ସାର୍ଥକ ହୋଇଯାଏ
ମହାରାଜା ‘ସାବାସ’ ନ କହି
ଆଡ଼ ଆଖିରେ ଥରେ ଯଦି
ଅନେଇ ଦିଅଂତି ।
ସିଂହାସନର ଏତେ ନିକଟରେ
ଠିଆହେବା,
ପବନ ପରି ବେଢ଼ାବୁଲିବା,
କହ ଭଲା କାହା ଭାଗ୍ୟରେ ଥାଏ?

ଚାମର ଝାଡ଼ିବା ପାଇଁ ସିନା
ଆମ ଜନ୍ମ,
ଏ ତ ପ୍ରଭୁଂକ ଭିଆଣ-
ନୋହିଲେ କାହିଁ ମହାରାଜା
କାହିଁ ଏ ଛାର ବାନର ଜୀବନ!

Share this poem