କବିତା ୧୭
Saved places & passages
Select words to underline them. Saved on this device.
ଜଣେ କୌଟିଲ୍ୟ
ଭାବି ଚିଂତି
ବିଧି ଓ ବିଧାନ କଲେ ପ୍ରଣୟନ
ଯେମିତି ଚଳିବ ସିଂହାସନ,
ତ ଟଳି ପଡ଼ିଲା ନଂଦର ଶାସନ ।
କ୍ଷମା ମିଳିଲା ନାହିଁ
ପାଦରେ ଗଳିଯାଉଥିବା
କୁଶ କଂଟାକୁ ।
କୁଶ ବଂଶ
ଲୋପ କରିବାର ନିନାଦ
ନିଷ୍ପତ୍ତିଟିଏ ହୋଇ
ଓହ୍ଲାଇପଡ଼ିଲା
କ୍ରୋଧର କଠିନ ମୁଦ୍ରାକୁ ।
ରାଜା ନୁହେଁ ମଂତ୍ରୀ
ଯୁଗପୁରୁଷ ପରି ଚକ୍ ଚକ୍ ଦିଶିଲେ
ଇତିହାସରେ,
ଶିଷ୍ୟକୁ
ରାଜପଦ ଦେବାର ପରାକ୍ରମ
ବଂଧା ହୋଇଗଲା
ଚାଣକ୍ୟଂକ ଚୁଟିରେ ।
Page 18
