କବିତା ୧୮
Saved places & passages
Select words to underline them. Saved on this device.
କୋଷରେ ଶୋଭା ପାଉଥିଲା ଖଡ଼୍ଗ,
ଉନ୍ମୁକ୍ତ ହୋଇ ନଥିଲା କେବେ
ସଂମୁଖ ସଂଗ୍ରାମ
କି ବିଦ୍ରୋହ ଦମନରେ,
ପରିହାସ କି ପରିଚର୍ଯାର ଜାଲ
ବାଂଧି ନଥିଲା ତାଂକୁ
ବାଳ ପ୍ରମାଣରେ ।
ରାଜାଂକ ଆଦେଶ
ଶିରୋଧାର୍ଯ ହେଲା,
କୋଷମୁକ୍ତ ହୋଇଗଲା ଖଂଡା
ଓ ନିମିଷକେ
ଅଂଧ ହୋଇଗଲେ ରାଜା
ପଟେ କାଠ ଖଂଡାର ଅଗ୍ନିରେ ।
ତଟସ୍ଥ ଜନତା ଅନେଇ ରହିଲେ
କାକୁସ୍ଥରେ,
ସିଂହାସନ କାନ ଡେରିଲା
ଶୁଣିବାକୁ
ସର୍ଜନାର ଆଦିଗୀତ
ଓଡ଼ିଆ ଭାଷାରେ,
ରଜନୀର ଘୋର ତିମିରରେ ।
Page 19
