Singhasanସିଂହାସନ

Within the book

Back cover

Poem 16 of 68

କବିତା ୧୬

ନଦୀଶଯ୍ୟାରେ ପାଣି ନ ଥିଲା,
ଲୁହ ଥିଲା ଲହୁ ଥିଲା ।
ଆକାଶରେ ନ ଥିଲା ପବନ
ଥିଲା ଭୂମି ଶ୍ମଶାନ ପାଲଟିବାର
ବୁକୁଫଟା ରୋଦନ ।
ଦୟାନଦୀର ଦାନ
ଲଲାଟ ଲି‌ଖନ-
ପରାଜୟର ଗ୍ଲାନିରେ ପୂର୍ଣ୍ଣ
ସବୁ ଶୂନ୍ୟସ୍ଥାନ ।

ମହାକାଶ ତଳେ
ଧଉଳିର ଧର୍ଷିତ ଶିଖର ଉପରେ
ସିଂହାସନ
କେଡ଼େ ବାଗରେ
ବାଟ ଖୋଜିଲା
ମୁର୍ଧନାକୁ ଚିରି
ନିହାଣ ମୁନରେ
ସାଇତି ଯାଆଂତା
ସ୍ମୃତିଟିଏ
କାଳର ଗର୍ଭରେ ।

ମଧୁର ତାଡ଼ନା ସେ’ତ ମହାରାଜାଂକର
ସମଝଦାରମାନେ ଯେମିତି ବୁଝିଲେ ବି
ହସ ଚହଟିଲା ବିବର୍ଣ ମୁହଁରେ,
ସୁନାପୁଟଦିଆ ବର୍ଣମାଳା ଖୋଜାଗଲା
ବଣିଆ ଦୋକାନରେ:
କରୁଣାର ମୂର୍ତି-
ହୃଦୟ ବଦଳିବାର ଅସାମାନ୍ୟ କୃତି ।

Share this poem