କବିତା ୭
Saved places & passages
Select words to underline them. Saved on this device.
ସେତ ଥିଲା
ସ୍ଵପ୍ନ ଆଉ ସିହରଣର ଦିନ,
ରାଧା କେତେବେଳେ
ଖୋଲିଦିଅଂତି ଦେହରୁ ବସନ
ତ କେତେବେଳେ
ହୃଦୟ ସିଂହାସନ,
ଝୁଲଣ ଯାତ୍ରାରେ
ମଦନମୋହନ
ଭୁଲିଯାଆଂତି
କିଏ ରାତି କିଏ ଦିନ ।
କେଜାଣେ
କେଉଁ କାଳୁ
ଭାରତବର୍ଷରେ
ଗଢ଼ି ଉଠିଥିବା
ଠାକୁରଘରମାନଂକରେ
ଏଇ ଗୋଟାକ ବୋଲି ବିଶ୍ଵାସ
ଆଉଁଶି ଚାଲିଛି
ପ୍ରଣୟ ସିଂହାସନ!
ଓ
ସେଇଥିପାଇଁ କି
ଆଉ କେହି
ପଚାରି ଦେଉନି-
ସୁଡଂଗ ଭିତରେ
ପ୍ରହରୀମାନଂକର
ଧାର ଖଂଡା ସାମ୍ନାରେ
ମୁଦୁସୁଲିମାନଂକର
ଧୀର ଚାମର ତଳେ
ସୁରକ୍ଷିତ ଅଛି କି ନାହିଁ
ମାଣିକ୍ୟ ଖଚିତ
ରତ୍ନ ସିଂହାସନ?
ହୋଇପାରେ
ଇଏ ଆଉ ଏକ ଖେଳ,
ଘଡ଼ିକ ପାଇଁ ଭୁଲାଇଦେବାକୁ
ଯୁଦ୍ଧ ଓ ଭାଗ୍ୟର ଦାରୁଣ ଜୀବନ,
ଲିଭାଇଦେବାକୁ ପ୍ରାଣରୁ
ସବୁ ଅସମାହିତ ପ୍ରଶ୍ନ ।
Page 08
