Singhasanସିଂହାସନ

Within the book

Back cover

Poem 05 of 68

କବିତା ୫

କେତେବେଳେ ପୂର୍ଣ୍ଣ
କେତେବେଳେ ଶୂନ୍ୟ
ମହାମହିମମାନକଂର
ଅହମିକାର ସିଂହାସନ ।

ସେ ତ ମହାର୍ଘ ବସ୍ତୁଟିଏ
ଅପହଂଚ ମଂତ୍ରଟିଏ,
କେମିତି ପୁଣି
କଂଢ଼େଇ ପରି
ଖେଳେ ଓ ଖେଳାଏ
ରଜା ଓ ପ୍ରଜାଂକୁ
ଏକ ସଂଗେ
ଚତୁରପଣରେ?

ଓଃ!
କିଏ ବା ଖେଳେନି ଯେ?
ସିଂହାସନ ଖେଳିଲା ବୋଲି
ନଟ ଓ ଦୁଆରୀମାନେ
ଖେଳିଲେ ବୋଲି
ଡିବି ଡିବି ଡେଂଗୁରା ବାଜୁଛି,
ଜନପଦ
ହୁତ୍ ହୁତ୍ ଜଳୁଛି!

ଶକୁନି
ପଶାକାଠିଟା
ଗଡ଼ାଇ ଦେଉଁ ଦେଉଁ
ପ୍ରାଣ ଖୋଲି ହସୁଛି :
ଖେଳିବାରେ ଦୋଷ କ’ଣ?
ଖେଳଟା ଲାଗିଲା ଯଦି
ଜମିଯିବା ଦରକାର,
ଖେଳୁଆଡପଣଟା
ଫିଟିଯିବା ଦରକାର,
‘କଚେ ପୁଅ ବାର’-
ଡାକି ଦେଉଁ ଦେଉଁ
ଦାନଟା ଫିଟିପଡ଼ିବା ଦରକାର ।
ଦେହରୁ ହାଡ଼ମାଂସ
ଖସିପଡ଼ିବା ଦରକାର,
ଦେହ ଭିତରେ ଜମାଟ ବାଂଧିଥିବା
ରକ୍ତ
ଝରିପଡ଼ିବା ଦରକାର,
ଚାହିଁ ରହିଥିବା ଆଖିଟା
ଖୋସି ହୋଇଯିବା ଦରକାର ।

Share this poem