କବିତା ୫୮
Saved places & passages
Select words to underline them. Saved on this device.
ପ୍ରଜା ମାଗୁଥିଲେ
ରାଜା ଦେଉଥିଲେ,
‘ସାଧୁ’ ‘ସାଧୁ’ ବର୍ଷାରେ
ଓଦା ହେଉଥିଲା
ସିଂହାସନର ଚେର!
ଏବେ ନଷ୍ଟ ଭୂମିର
ରୁଷ୍ଟ ପ୍ରଜାମାନେ
ମାଗୁ ନାହାଂତି
କାହାକୁ କିଛି,
ଉଷର ହୃଦୟରେ
ଦରାଂଡୁଛଂତି
ମହୁ
ମହୁଲି
ମହକ ।
ତଂଟି ଶୁଖିଗଲା ବେଳେ
ବୋତଲରେ ସୁରକ୍ଷିତ
ମୁଂଦାଏ କର୍ଦମାକ୍ତ ଗଂଗାଜଳ ।
କଳଂକି ଲଗା ଖଂଡାଟାକୁ
ଝୁଲାଇ ଅଂଟାରେ
କେତେବେଳେ
ଯାତ୍ରାର ଦୁଆରୀ ପରି ତ
କେତେବେଳେ
ବଜାରର ଛୋଟ ଦାଦାଟିଏ ପରି
ରାସ୍ତା ମୁଂଡରେ
ରାଜା ବିଳପୁଛଂତି:
ଯାହା ଆଣିଲ
ଅଧା ଦେଇଯାଅ,
ଆଗ ଖୋଲିଦିଅ ମୁଣି ।
Page 59
