କବିତା ୫୪
Saved places & passages
Select words to underline them. Saved on this device.
ତୋଟା ଜଗୁଥିଲା,
ପତର ବି ସାଉଁଟୁଥିଲା,
ଦିନେ ତୋଟା ମୂଲ କଲା ।
ଶୁଣୁଶୁଣୁ ସମସ୍ତ ହସିଦେଲେ ସିନା
ପରେ ତଂଗ୍ ହୋଇଗଲେ ଡାକ ଶୁଣି,
ତାରିଫ୍ ବି କଲେ କେତେଜଣ ।
ଦ୍ବିତୀୟ କି ତୃତୀୟ ଡାକ ବେଳକୁ
ଆଖି ତରାଟି ଚାହିଁଲେ ସଭିଏଁ,
ଶେଷଟା ତ ଡାକ ନୁହେଁ ରଡି ।
ନିଦ ଭାଂଗିଗଲା ଈଶ୍ଵରଂକର,
ରଥ ଚଳାଇ ଝପଟି ଆସି ଦେଖିଲା ବେଳକୁ
ସିଂହଦ୍ବାରରେ ଆରଂଭ ହୋଇଗଲାଣି ଭିଡ଼,
ସବୁ ପ୍ରସ୍ତୁତି ସରିଗଲାଣି ଅଭିଷେକ ଉତ୍ସବର ।
ଗଦଗଦ ଆବେଗରେ
ନା ଅଜ୍ଞାତ ଆତଂକରେ(!)
ଈଶ୍ଵର କହି ପକାଇଲେ:
ପରମ ସୌଭାଗ୍ୟ ଆମର
ଏଥର ପ୍ରତିଦ୍ଵଂଦି କେହି ନାହିଁ
ଆରୋହଣ ପର୍ବରେ,
ସିଂହାସନ ଉପରୁ ମହାରାଜା
ଅଲୌକିକ ହସଟିଏ ହସିଦେବେ ବୋଲି
ରହସ୍ୟରେ ।
Page 55
