Singhasanସିଂହାସନ

Within the book

Back cover

Poem 52 of 68

କବିତା ୫୨

ଆଦେଶ ନ ଥାଏ,
ସ୍ଵର୍ଗର ଇଂଦ୍ରମାନେ ବଦଳି ଯାଆଂତି ।

ସିଂହାସନ ନୁହେଁ
ପ୍ରାଣପ୍ରିୟ ଶଚିଂକୁ
ହସିହସି
ସମର୍ପିଦିଅଂତି
ଆନ ଇଂଦ୍ର ପାଶେ ।

ହାତରୁ ରାଜଦଂତ ଖସିଗଲେ ଥରେ
ଇଂଦ୍ର ତ ଛାର,
କିଏ ଯଦୁପତି- କେଉଁଠି ମଥୁରା
କିଏ ରଘୁପତି- କେଉଁଠି ଉତ୍ତର କୋଶଳ
କେହି ତା’ର ହିସାବ ରଖେନା,
ଶ୍ମଶାନ ହୋଇ ଜଳୁଥାଏ
ଇଂଦ୍ରପ୍ରସ୍ତ ଓ ହସ୍ତିନା ।

ଇଂଦ୍ରପଦ ପାଇଁ
କାପୁରୁଷମାନଂକ ପାଟିରୁ ଲାଳ ଗଡ଼ିବା
ବଂଦ ହୁଏନା, ଅଟକି ଯାଏନା ।

Share this poem