କବିତା ୪୧
Saved places & passages
Select words to underline them. Saved on this device.
ପୋଡ଼ା ଜଳାର ଶିଖା ତଳେ ଦିଲ୍ଲୀ ।
ମାଟି ଜୁଡ଼ୁବୁଡ଼ୁ ରକ୍ତରେ
ଅଂଧକାର ସାରା ସଂସାରରେ ।
ଦେବୀ ତ ଦଶଭୁଜା ହୋଇ
ଚକ୍ ଚକ୍ ଦିଶୁଥିଲେ ।
କିଏ କାହିଁକି ଭାବିବ
ସିଏ ଭୁଜହୀନା ହୋଇ
ଟଳି ପଡ଼ିବେ
ବିନା ପ୍ରତିରୋଧରେ?
ଦେଶର ଜନତା ସ୍ତବ୍ଧ-
ଲୁହ ଭିଜେ ଆଖିରେ
ଲହୁ ଯମୁନା ପାଣିରେ ।
ଏ ତ ଦିଲ୍ଲୀର ଆଟୋପ-
ମହାରାଣୀଂକ ଉଷୁମ ରକ୍ତରେ
ମିଶିଯାଉଥିବା
ଶୁଖା ସିକଂଦର ଅବା
ଭୋଲାରାମମାନଂକର
ଶୀତଳ ରକ୍ତର ନିର୍ଝର
ସତେ କ’ଣ ସିଂହାସନର ଦୀପ୍ତିମାନ ରୂପ?
Page 42
