Singhasanସିଂହାସନ

Within the book

Back cover

Poem 03 of 68

କବିତା ୩

ଶୁନ୍ୟରୁ ପଡ଼ି
ଭୂମିରେ
ପାଦ ଥାପିଲା ମାତ୍ରେ
ଧ୍ନିତ ହୁଏ ଶବ୍ଦ,
ପ୍ରତିଧ୍ନି ଗର୍ଜଇ ଛାତିରେ,
ଭୂମି କଂପିଉଠେ
ସମଗ୍ର ରାଜ୍ୟରେ!
କାଳେ
ଯଂତ୍ରଣାର ବାଡ଼ ଚିରି
ଖୋଲି କଂସା କବାଟ
ଚାଲିଆସିବ ସିଏ,
ଯମୁନା ପାଣିକୁ
ଭାଗ ଭାଗ କରି
ନିରସ୍ତ୍ର ବାପ ମୁଂଡର
ବିଚିତ୍ର ବୋଝରୁ
ଦେଖାଇଦେବ
ଶଂଖ ଚକ୍ର ଗଦା ପଦ୍ମର ଚିହ୍ନମାନ;
ପଦ୍ମ ଗଂଧରେ ମହକିବ
ବନ ଓ ପବନ,
ଭୟ ମାଡ଼ିବସେ
ସମଗ୍ର ସିଂହାସନ ।

Share this poem