Singhasanସିଂହାସନ

Within the book

Back cover

Poem 25 of 68

କବିତା ୨୫

ଜେମା ମିଳିଲେ ନାହିଁ ଉଆସରେ
ଗୁଂଜରଣ ଦାନାବାଂଧୁଥିଲା ଅଂତପୁରରେ ।

ତୁଂଡରେ ତୁଂଡରେ କଥାଟା
ପ୍ରଘଟ ହୋଇଗଲା ସାରା ରାଇଜରେ ।

ଆଉ କିଛି ସମସ୍ୟା ଦିଶିଲାନାହିଁ
ପ୍ରଜାମାନଂକ ଆତୁର ଆଖିରେ,
ଶେଷରେ ସିନା ଚର ଖବର ପେଶିଲା-
ସେ ଦେଖିଛି ରମଣୀରତନଂକୁ
ଦଉଡ଼ୁଥିବା ଘୋଡ଼ାର ପିଠିରେ
ମଥା ରଖି ତରୁଣ ଆରୋହୀର
ନିର୍ଭୟ ଅଂକରେ
ସୁରମ୍ୟ ଅରଣ୍ୟ ପଥରେ,
ସ୍ଵଚକ୍ଷୁରେ ।

ଫୁଟିଲା ଫୁଲର ଏପରି ସୁଂଦର ରୂପ
ସେ କେବେ ଦେଖି ନ ଥିଲା
ପାଖାପାଖି ଯୋଡ଼ାଏ ମୁହଁରେ,
ତା’ ରାଜସେବାର ଜୀବନ କାଳରେ ।

ଶୁଭୁଥିଲା ଗର୍ଜନ : ଅପହରଣ!
ମଧୁରେ ମୁଧୁରେ ପୁଣି ଗୁଂଜରଣ:
ନା, ଇଚ୍ଛା ବରଣ ।
ହେଲେ ଅହଂକାରମାନେ ଉଠିଲେ ଉର୍ଧ୍କୁ
ଓ ଗଢ଼ିଦେଲେ ଏପରି ଭିଆଣ ଯେ
ଘୋର ଯୁଦ୍ଧରେ ନିପୀଡ଼ିତ ହେଲେ ପ୍ରଜାଗଣ ।

କିଏ ବା ବୁଝଂତା
କାହା ମୁକୁଟରେ ଝଲମଲ ବିଜୟ ବିଭବ?
କାହା ଭାଗ୍ୟରେ ଲେଖା ପରାଭବ ।

Share this poem