Singhasanସିଂହାସନ

Within the book

Back cover

Poem 23 of 68

କବିତା ୨୩

କେତେବେଳେ ଦିଲ୍ଲୀରେ ତ
କେତେବେଳେ ଦଉଲତାବାଦରେ,
ସିଂହାସନ ଘୂରୁଥାଏ
ବାଦଶାହଂକ ସାଥିରେ ।

ଆଜି ବାଦଶାହ
ସିଂହାସନ-ପାଗଳ ତ
କାଲି ସିଂହାସନ
ବାଦଶାହ-ପାଗଳ,
ପ୍ରଜା-ପାଟକମାନେ
ବୁଝିପାରଂତି ନାହିଁ
ରାଜାଗୋଜାମାନଂକର
ଏମଂତ ବେଭାର ।

ହେଲା ଏବେ
ଇତିହାସ ଲେଖା ହୋଇଯିବ-
‘ରାଜା ଆଡ଼ବାୟା’,
ତଥାପି
କିଏ ପାରିବ ଅଟକାଇ
ଚାରିଆଡ଼େ ରଟୁଥିବା
ସିଂହାସନର ଜୟଜୟକାର?

Share this poem