କବିତା ୨୨
Saved places & passages
Select words to underline them. Saved on this device.
ସିଂହାସନ
ଆରୋହଣ ନୁହେଁ,
ଅପହରଣର ବସ୍ତୁ ହୋଇଗଲା
ଇତିହାସରେ ।
ନାଦିର ଶାହ, ଚେଂଗିଜ ଖାଁ,
ଛୋଟିଆ ଛୋଟିଆ ନାଁ,
ଥରିଉଠୁଥିଲା ଛାତି,
ଜଳି ଉଠୁଥିଲା ଦେଶ,
ହତ୍ୟା ଓ ଲୁଣ୍ଠନ ନିଆଁରେ ।
ସେମାନେ ଫେରିଗଲେ ଶେଷରେ ।
ଫେରିଗଲାବେଳକୁ ଯାହା
ହୀରା ନୀଳା ମୋତି ମାଣିକ୍ୟ ସାଂଗରେ
ସିଂହାସନଟାକୁ ବାଂଧି ନେଇଗଲେ
ଅଂଟିରେ ।
ଜାଣି ନ ଥିଲେ ସେମାନେ
ଦସ୍ୟୁମାନଂକ ନାମ ଦିନେ
ଦରଜ ହୋଇଯିବ ଆମ ଐତିହରେ
ମାଦଳାପାଂଜିରେ!
Page 23
