Singhasanସିଂହାସନ

Within the book

Back cover

Poem 21 of 68

କବିତା ୨୧

ଦେବତାମାନେ ବି
କମ୍ ସମଝଦାର ନଥିଲେ!
ଥରେ ଥରେ
କାହାକୁ କିଛି ନ କହି
କଳା ଘୋଡ଼ା ଧଳା ଘୋଡ଼ା ଚଢ଼ି
ବାହାରି ପଡ଼ୁଥିଲେ
ଦିଗବିଜୟରେ ।

କାହାଣୀ
ରୋମାଂଚକ ହୋଇ ଉଠୁଥିଲା
ରତ୍ନମୁଦିକୁ ପିଂଧାଇ ଦେଇ
ମାଣିକ ହାତରେ
ଯେବେ ବଢ଼ାକଯାକ
ଦୁଧ ଓ ଅଧାମ
ଉଠାଇ ନେଉଥିଲେ ଗୋସାଇଁ
ରହସ୍ୟରେ ।
ମହାରାଜାଂକ ପରାକ୍ରମ
ସହସ୍ର କୋଶ ବ୍ୟାପିଯାଉଥିଲା
ତୁଂଡବାଇଦରେ:
ଠାକୁର, ରାଜାଂକ ସେବାରେ!

ସେପରି କାହାଣୀଟିଏ
ଗଢ଼ା ହୋଇ ନ ଥିଲେ
କହୁନା
ଏ ଅଧାଗଢ଼ା କାଠ କଂଢେଇକୁ,
ଗୋଟାଏ ଅବୋଧ ଚିତ୍ରକୁ
କିଏ କାହିଁକି
ଭୋଗ ଲଗାଉଥାଆଂତା
ବଡ଼ଦେଉଳରେ
ରତ୍ନବେଦିରେ
ଅବୋଧ ଶିଶୁର
ସରଳବିଶ୍ଵାସରେ?

Share this poem