Singhasanସିଂହାସନ

Within the book

Back cover

Poem 20 of 68

କବିତା ୨୦

ମେଘର ମାୟାକୁ ଭୁଲି
ଇଂଦ୍ର ବି ଓହ୍ଲାଇ ଆସୁଥିଲେ
ମର୍ତ୍ୟକୁ,
ଝାଡ଼ୁ ମାରିଦେବା ପାଇଁ
ଦାଂଡରେ,
ଯେତେବେଳେ
ସିଂହାସନରୁ ଓହ୍ଲାଇ
ପହଂଡିବିଜେ ପରେ
ରାଜା ଚଢ଼ୁଥିଲେ
ରଥରେ ।

ଭୟାର୍ତ ଜନତା
ଧାଡ଼ି ବାଂଧି
ଦେଖୁଥିଲେ ଘୋଷଯାତ୍ରା
ରାସ୍ତା ଧାରରେ,
ବିହ୍ବଳରେ,
ଆରାଧନାର ସକଳ ମୁଦ୍ରାରେ ।

ସେମାନଂକ ପେଟର ଭୋକ
କିଏ ଆଉ ଦେଖିଥାଆଂତା
ମହାରାଜାଂକ ଟହଟହ ହସରେ ।

Share this poem