କବିତା ୨
Saved places & passages
Select words to underline them. Saved on this device.
ମୁହୂର୍ତକ ପାଇଁ ବି
ସିଂହାସନ ଖାଲି ପଡ଼େ ନାହିଁ,
ଅରାଜକତାର ଭୟ ଯେ!
ତେଣୁ
ମୃତ୍ୟୁକୁ ଘୋଡ଼ାଇ ଦିଅ
ଧଳା ଚାଦରଟେ ।
“ରାଜାଦାଂଡରେ ମୁର୍ଦାର ପଡ଼ିଛି ।”-
ନତଜାନୁ କଟୁଆଳ
ଶୁଣାଇଦେବ ସଂବାଦ
ରାଜାଦଂଡ ସାମ୍ନାରେ,
ଶିରପା ବଂଧା ସରିଲେ ।
ତା’ ପରେ
ଆଦେଶ ପାଳିବାକୁ ହେବ:
-ରାଜ ମର୍ଯାଦାରେ
ଶବ ଶତ୍କାର କରାଯାଉ,
-ରାଜକୋଷ
ଖୋଲି ଦିଆଯାଉ,
-ରାଷ୍ଟ୍ରୀୟ ଶୋକରେ
ଅର୍ଧନମିତ ରଖାଯାଉ ପତାକା,
-ଗଣଚେତନାରେ
ପ୍ରସାରିତ ହେଉଥାଉ
କରୁଣ ସ୍ଵରଟିଏ,
-ରଂଗାୟିତ କରିରଖାଯାଉ
ଶ୍ମଶାନକୁ
ଓ
ପରବର୍ତୀ ପାରିଷଦରେ
ରଂଗାଧରମାନଂକ ମଂତ୍ରଣା ପାଇଁ
ଜୀବଂତ ପ୍ରସ୍ତୁତି ଲାଗିରହିଥାଉ ।
ଅହୋରାତ୍ର
କଟୁଆଳମାନଂକ
ଘେର ଭିତରେ
ଦରବାର
ଖୋଲାରହିଥାଏ
Page 03
