Singhasanସିଂହାସନ

Within the book

Back cover

Poem 31 of 68

କବିତା ୩୧

କେତେବେଳେ ନିଶା ପାଣିରେ
କେତେବେଳେ ପଶା ପାଲିରେ,
ନ୍ୟାୟଦଂତ ଅସ୍ତ୍ରଟିଏ ପରି
ଖୋଷା ହୋଇଯାଏ ଅଂଟାରେ ।

ଅଂଟାକୁ ଭୁସେନା ଅସ୍ତ୍ର
ଭୁସେ ବିବେକକୁ ।
ମୁକୁଟ ପିଂଧାଇ ଦିଏ ଅଣପୁରୁଷାକୁ ।

ବର ଓହଳ ପରି
ଝୁଲିପଡ଼ିଥିବା ଅଂଧାର
ସେତିକିବେଳେ
ଲଗାଇଦିଏ କି ନିଆଁ
ମାଂକଡ ଲାଂଜରେ,
ଜାଳିଦେବା ପାଇଁ
ଏକ ସଂଗେ
ଗଛମୂଳେ
ଏକାକିନୀ କାଂଦୁଥିବା
ଧର୍ଷିତାର ଲୁହ ଓ
ସିଂହାସନର ବାସଂତୀ ରୂପକୁ,
ସୁନାର ଦେଶକୁ?

Share this poem