କବିତା ୩୦
Saved places & passages
Select words to underline them. Saved on this device.
ଈଶ୍ଵରଂକ ପ୍ରତିନିଧି
ନର-ନାରାୟଣ(!)
ସିଂହାସନରୁ
ଅନେଇ ଦେଲେ ତଳକୁ
ମଣିଷମାନେ
ପୋକ ମାଛି ପରି ଦିଶଂତି
ଅନାମ ଅଧମ ।
ତଥାପି ଭୟ-
କ୍ଷୀଣ ସ୍ଵରଟିଏ
ଭାସିଆସିବ କି ଅକସ୍ମାତ୍
ସୁରକ୍ଷିତ ଦୁର୍ଗର
କେଉଁ ଫାଂକଟିଏ ଦେଇ
ଓ କାଚ ଘରର ସୁରକ୍ଷିତ ଜୀବନକୁ
କଚାଡ଼ିଦେବ ଘୃଣାରେ?
ତେଣୁ
ମଂଚା ଦୋହଲିବା ଆଗରୁ
ସଂଧି ମାରିଦିଅ
ଫଟା କାଂଥର,
ପାରିବ ଯଦି
ସେନା ଛାଉଣିରେ
ଅବରୋଧ କରିରଖ
ଦୁର୍ଗ ଓ ମୁହଁର ସୁଡଂଗକୁ
ଓ
ଖଂଜଣି ଧରାଇଦିଅ
ମାଦକଂକ ହାତରେ,
ଅଂଧମାନେ ଭଜନ ଗାଆଂତୁ
ମହାପ୍ରଭୁଂକ ଝୁଲଣ ଯାତରେ ।
Page 31
